ପୁନର୍ବାସର ବାର୍ଷିକ ସାଧାରଣ ପରିଷଦ ବୈଠକ

କେନ୍ଦ୍ରାପଡା ୧୫/୧୨: କେନ୍ଦ୍ରାପଡ଼ା ଜିଲ୍ଲାରେ ଦୀର୍ଘ ଦେଢ଼ ଦଶନ୍ଧିରୁ ଉର୍ଦ୍ଧ୍ୱକାଳ ଥେରାପି ସେବା ଓ ଭିନ୍ନକ୍ଷମଙ୍କ ସଚେତନତା ଓ ସଶକ୍ତିକରଣ ନିମନ୍ତେ କାର୍ଯ୍ୟରତ ଅନୁଷ୍ଠାନ ପୁନର୍ବାସର ବାର୍ଷିକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଅନୁଷ୍ଠାନର ପ୍ରତିଷ୍ଠାତା ତଥା ମୁଖ୍ୟ…

ବଗଡା ସ୍ପୋର୍ଟସ ଏକାଡେମୀର ସଫଳତା

କେନ୍ଦ୍ରାପଡ଼ା,୧୫ା୧୨:ଭୁବନେଶ୍ୱରସ୍ଥିତ କିଟ୍‌ରେ ଅନୁଷ୍ଠିତ ଜାତୀୟ ଭଲିବଲ ଚୟନ ଶିବିରରେ ବଗଡା ସ୍ପୋର୍ଟସ ଏକାଡେମୀର ମୋସୀ ଖେରା ଓ ଚନ୍ଦନ ରାଉତଙ୍କୁ ଚୟନ କରାଯାଇଛି। ଉଭୟ ଖେଳାଳୀ ଜାତୀୟ ଭଲିବଲ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ଓଡିଶା ଭଲିବଲ ଟିମର ୧୮ବର୍ଷରୁ କମ…

କେନ୍ଦ୍ରାପଡା ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ ପରିସରରେ ୫ଶହ ମେଟ୍ରିକ ଟନ ଶୀତଳ ଭଣ୍ଡାର ଉଦଘାଟିତ

କେନ୍ଦ୍ରାପଡ଼ା,୧୫ା୧୨:କେନ୍ଦ୍ରାପଡ଼ା ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ ପରିସରରେ ୫୦୦ ମେଟ୍ରିକ ଟନ କ୍ଷମତା ସମ୍ପନ୍ନ ଏକ ଶୀତଳ ଭଣ୍ଡାରକୁ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ଉଦଘାଟନ କରିଛନ୍ତି। ଉଦଘାଟନୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ଜିଲ୍ଲା ପରିଷଦ…

ରାତି ଅଧରେ କେନ୍ଦ୍ରାପଡା କଲେଜ ଜମି ଜବରଦଖଲ ନେଇ ବିସ୍ପୋରକ ସ୍ଥିତି , ଜିଲ୍ଲା ପ୍ରଶାସନର ଆଶୁ ହସ୍ତକ୍ଷେପରେ ବର୍ତ୍ତମାନ ପାଇଁ ଟଳିଛି ସଙ୍କଟ

କେନ୍ଦ୍ରାପଡ଼ା,୧୪ା୧୨:କେନ୍ଦ୍ରାପଡା କଲେଜ ଜମିକୁ ଜବର ଦଖଲ କରିବା ପାଇଁ ଶନିବାର ବିଳମ୍ବିତ ରାତିରେ ଏକ ବିସ୍ପୋରକ ଅବସ୍ଥା ସୃଷ୍ଟି ହୋଇଛି। ଭୀଷଣ ଶୀତରେ ସମସ୍ତେ ଘରେ ଥିବା ବେଳେ ୪/୫ଟି ହାଇୱା ଗାଡି ଓ ଏକ ଜେସିବି ମେସିନ ସାହାଯ୍ୟରେ କେନ୍ଦ୍ରାପଡା…

ଶ୍ରୀବଳଦେବଜୀଉ ମଣ୍ଡଳର କର୍ମକର୍ତ୍ତା ନିର୍ବାଚନ

କେନ୍ଦ୍ରାପଡ଼ା,୧୪ା୧୨:ଶ୍ରୀନିଳାଚଳ ନିଖିଳୋତ୍ପଳ ପାଲାଗାୟକ ପରିଷଦର ଶାଖା ଶ୍ରୀବଳଦେବଜୀଉ ମଣ୍ଡଳର ଏକ ବୈଠକ ତିନିମୁହାଣୀସ୍ଥିତ ରାମମନ୍ଦିର ପରିସରରେ ଗାୟକ ରମାକାନ୍ତ ପଣ୍ଡାଙ୍କ ସଭାପତିତ୍ୱରେ ରବିବାର ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ, ଡେରାବିଶ ଓ କେନ୍ଦ୍ରାପଡା ବ୍ଲକର ସମସ୍ତ ଗାୟକ,…

ତେଇଶିତମ ପୁସ୍ତକମେଳାର ନୂଆ ଆକର୍ଷଣ ହେବ “ଯୁବ ସ୍ପନ୍ଦନ”

କେନ୍ଦ୍ରାପଡା ୧୪/୧୨: ଆସନ୍ତା ଜାନୁୟାରୀ ୬ ତାରିଖରୁ ୧୩ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ତେଇଶିତମ ରାଜ୍ୟସ୍ତରୀୟ କେନ୍ଦ୍ରାପଡ଼ା ପୁସ୍ତକମେଳାର ନୂତନ ଆକର୍ଷଣ “ଯୁବ ସ୍ପନ୍ଦନ” ହେବ ବୋଲି ଏହାର ଆୟୋଜକ କେନ୍ଦ୍ରାପଡ଼ା ଇଭେଣ୍ଟ ମ୍ୟାନେଜରସ୍ (କେମ୍‌) ପ୍ରକାଶ କରିଛି। ପୂର୍ବ…

ବିଦ୍ୟାଳୟରେ ବିଜ୍ଞାନ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ

କେନ୍ଦ୍ରାପଡା ୧୦/୧୨- କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ମେହେନ୍ଦିପୂର୍ ସ୍ଥିତ ଲାଲ ବାହାଦୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ସାହିତ୍ୟ ପତ୍ରିକା ‘କାୟାକଳ୍ପ’ ପକ୍ଷରୁ ବିଜ୍ଞାନ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। କାର୍ଯ୍ୟକ୍ରମକୁ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ଦାସ ଉଦଘାଟନ କରିଥିଲେ। ଶିକ୍ଷାବିତ୍‌,…

ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ଅଧିବେଶନ

କେନ୍ଦ୍ରାପଡା,୧୦ା୧୨: କେନ୍ଦ୍ରାପଡା ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ୭୫ତମ ଅଧିବେଶନ ଗୋପସ୍ଥିତ ରାମ ମନ୍ଦିର ପରିସରରେ ସଭାପତି ଡଃ ଉପେନ୍ଦ୍ରନାଥ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି । ସଂଗଠନ ସଂପାଦକ ବୈଷ୍ଣବ ଚରଣ ସ୍ୱାଇଁ ପୂର୍ବ ଅଧିବେଶନର ବିବରଣୀ ପାଠ…

ମାନବିକ ଅଧିକାର ଦିବସ ପାଳିତ

କେନ୍ଦ୍ରାପଡା,୧୦ା୧୨: କେନ୍ଦ୍ରାପଡା ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ସ୍ଥାନୀୟ ସେଣ୍ଟ ଜାଭିୟର ହାଇସ୍କୁଲ ଗୋପ କେନ୍ଦ୍ରାପଡା ଠାରେ ମାନବିକ ଅଧିକାର ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରାଧିକରଣର ସଚିବ ସନ୍ତୋଷ କୁମାର ମହାପାତ୍ର ଯୋଗଦେଇ ବିଦ୍ୟାଳୟର ଛାତ୍ରଛାତ୍ରୀ…

ଓମସାର ସାମ୍ବାଦିକ ସମ୍ମିଳନୀ ,ଡାକ୍ତର ଓ ଡାକ୍ତରଖାନାର ବିଭିନ୍ନ ସମସ୍ୟା ନେଇ ଦାବି

କେନ୍ଦ୍ରାପଡ଼ା,୧୦ା୧୨: ଓମସା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ରାଜ୍ୟ ସଭାପତି କିଶୋର ମିଶ୍ରଙ୍କ ପୈାରହିତ୍ୟରେ ଖଡିଅଙ୍ଗସ୍ଥିତ ପୁରୁଣା ଜିଲ୍ଲା ମୁଖ୍ୟଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସାମ୍ବାଦିକ ସମ୍ମିଳନୀରେ ସଭାପତି ଡା. ମିଶ୍ର ଓମସା ଡିଏସିପି(ଡାଇନାମିକ ଆସ୍ୟୁରଡ କ୍ୟାରିୟର…

ପ୍ରାଥମିକ ଶିକ୍ଷକ ସଂଘ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡା, ୮/୧୨- ପ୍ରାଥମିକ ଶିକ୍ଷକ ସଂଘ (ଏକ୍ସ କାଡର) ଶିକ୍ଷକ ଶିକ୍ଷୟତ୍ରୀଙ୍କ ବିଭିନ୍ନ ଦାବି ପୂରଣ ପାଇଁ ଆସନ୍ତା ୧୫ ଡିସେମ୍ବରରେ ହେବାକୁ ଥିବା ବିକ୍ଷୋଭ ଓ ଧାରଣାକୁ ସଫଳ କରିବା ଉଦ୍ଦେଶ୍ୟରେ ମହାକାଳପଡା ବ୍ଲକର କେୟାରବବାଙ୍କ ଠାରେ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି…

ସମ୍ବିଧାନ ଜନକ ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳୀ

କେନ୍ଦ୍ରାପଡ଼ା,୭ା୧୨: ଆମ୍ବେଦକର ବିଚାର ମଞ୍ଚ ପକ୍ଷରୁ ସମ୍ବିଧାନର ଜନକ ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ଶ୍ରାଦ୍ଧ ଦିବସ ପୁରୁଣା ମୋଟର ଷ୍ଟାଣ୍ଡ ପରିସରରେ ପାଳିତ ହୋଇଯାଇଛି। ଏହି ଅବସରରେ ବିଶିଷ୍ଟ ବ୍ୟକ୍ତିମାନେ ଆମ୍ବେଦକରଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ…

ତୁଳସୀକ୍ଷେତ୍ର ପଣ୍ଡିତସଭାର ଷୋଡଶ ଅଧିବେଶନ

କେନ୍ଦ୍ରାପଡା,୭ା୧୨: ତୁଳସୀ କ୍ଷେତ୍ର ପଣ୍ଡିତ ସଭାର ଷୋଡଶ ଅଧିବେଶନ ପଣ୍ଡିତ ଭ୍ରମରବର ନନ୍ଦଙ୍କ ସଭାପତିତ୍ୱରେ ଇଚ୍ଛାପୁର ସ୍ଥିତ ଶ୍ରୀ ବଳଦେବଜୀୟୁ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ପବିତ୍ର କାର୍ଯ୍ୟକ୍ରମରେ ବେଦପାଠ କରିଥିଲେ । ପଣ୍ଡିତ ହରେ କୃଷ୍ଣ ପତି,…

ଭଜପାର ମିଶ୍ରଣ ପର୍ବ ଓ ବନ୍ଧୁ ମିଳନ

କେନ୍ଦ୍ରାପଡା,୭ା୧୨: କେନ୍ଦ୍ରାପଡା ନୂଆ ବସ୍‌ଷ୍ଟାଣ୍ଡ ଠାରେ ଶୁକ୍ରବାର ତୁଳସୀ ବଜାର କମିଟି ଆନୁକୂଲ୍ୟରେ କେନ୍ଦ୍ରାପଡା ନଗର ଭଜପା ତରଫରୁ ମିଶ୍ରଣ ପର୍ବର ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଆୟୋଜନ ମିଶ୍ରଣ ପର୍ବରେ ସହରର ବହୁ କଂଗ୍ରେସ ଓ ବିଜେଡି…

ଶିକ୍ଷକ ଗୋବର୍ଦ୍ଧନ ସ୍ୱାଇଁଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଜ୍ଞାପନ

କେନ୍ଦ୍ରାପଡା ୭/୧୨- କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ବାଲିଆ ସ୍ଥିତ ଗଛ ମଙ୍ଗଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଆଦର୍ଶ ଶିକ୍ଷକ ଗୋବର୍ଦ୍ଧନ ସ୍ୱାଇଁଙ୍କୁ ବିଦ୍ୟାଳୟ ପରିସରରେ ଆୟୋଜିତ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାରେ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଅଛି।…

ବିଶିଷ୍ଟ ସମାଜସେବୀ ସ୍ୱର୍ଗତଃ ଗୁରୁଚରଣ ଦାସଙ୍କ ଚତୁର୍ଦ୍ଦଶତମ ଶ୍ରାଦ୍ଧ ବାର୍ଷିକୀ ପାଳିତ

କେନ୍ଦ୍ରାପଡ଼ା ତା. ୭/୧୨: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପ୍ରଚାରକ,ଭାରତୀୟ ଜନ ସଙ୍ଘ ଓ ଭାରତୀୟ ଜନତା ପାର୍ଟିର ରାଜନେତା, ପ୍ରବୀଣ ସାମ୍ବାଦିକ ତଥା ମହାକାଳପଡ଼ା ସହାବାଜପୁର ନିବାସୀ ସ୍ୱର୍ଗତଃ ଗୁରୁ ଚରଣ ଦାସଙ୍କ ଚତୁର୍ଦ୍ଦଶତମ ଶ୍ରାଦ୍ଧ ବାର୍ଷିକୀ ଓ ସମ୍ବର୍ଦ୍ଧନା…

ପୂର୍ବତନ ସୈନିକ ଭେଟେରାନ ହାବିଲଦାର କୈଳାସ ଚନ୍ଦ୍ର ପ୍ରଧାନଙ୍କ ହୃଦଘାତରେ ଦେହାନ୍ତ

କେନ୍ଦ୍ରାପଡା ୭/୧୨: ପୂର୍ବତନ ସୈନିକ ସଂଘ କେନ୍ଦ୍ରାପଡା ଜିଲ୍ଲା ସଂଗଠନର ଅବସର ପ୍ରାପ୍ତ ପୂର୍ବତନ ସୈନିକ ଭେଟେରାନ ହାବିଲଦାର କୈଳାସ ଚନ୍ଦ୍ର ପ୍ରଧାନଙ୍କ ଗତ ଶନିବାର ଦିନ ଡାଳିଜି ଗ୍ରାମରେ ହୃଦଘାତରେ ଦେହାନ୍ତ ହୋଇଯାଇଛି । ଶ୍ରୀ ପ୍ରଧାନଙ୍କ ଛାତିରେ ଯନ୍ତ୍ରଣା…

ବାଲିଆ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ କ୍ରୀଡା ପ୍ରତିଯୋଗିତା

କେନ୍ଦ୍ରାପଡ଼ା,୬ା୧୨:କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭାଗବତପୁର ପଞ୍ଚାୟତର ବାଲିଆସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ବିଦ୍ୟାମନ୍ଦିର ପରିଚାଳନା ସମିତି ସଭାପତି ପ୍ରମୋଦ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି…

ବ୍ଲକ ସ୍ତରୀୟ ସାଂସଦ ଖେଳ ମହୋତ୍ସବ

ପଟ୍ଟାମୁଣ୍ଡାଇ ୬/୧୨ – ପଟ୍ଟାମୁଣ୍ଡାଇ ବ୍ଲକ ସ୍ତରୀୟ ସାଂସଦ ଖେଳ ମହୋତ୍ସବ ପଟ୍ଟାମୁଣ୍ଡାଇ ଏମଏନ ହାଇସ୍କୁଲରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ସାଂସଦ ଖେଳ ମହୋତ୍ସବ ସଂଯୋଜକ ସୁନାକାର ବେହେରା, ପଟ୍ଟାମୁଣ୍ଡାଇ ଥାନା ଆଇଆଇସି…

ଉଷା ଦେବୀ କଲେଜରେ ବିଶ୍ୱ ଏଡ଼ସ ଦିବସ ପାଳିତ

ପଟ୍ଟାମୁଣ୍ଡାଇ ୬/୧୨- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଣ୍ଢରା ଉଷା ଦେବୀ କଲେଜରେ ବିଶ୍ୱ ଏଡ଼ସ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ କଲେଜ ଅଧକ୍ଷା ସଲୀଳା ବାରିକଙ୍କ ପୌରହିତ୍ୟରେ ଆୟୋଜିତ ସଚେତନତା ସଭା ଅଧ୍ୟାପିକା କବିତା ରାଉତ, ଅଳକା ଦାସ,…

ଗଳ୍ପସଙ୍କଳନ ମୂକସଖୀ ଉନ୍ମୋଚିତ

କେନ୍ଦ୍ରାପଡା ୫/୧୨- ଗାଳ୍ପିକ ମାତୃଦତ୍ତ ମହାନ୍ତିଙ୍କ ଗଳ୍ପସଂକଳନ “ମୂକସଖୀ’ ଶ୍ରୀ ବଳଦେବଜୀଉଙ୍କ ମନ୍ଦିରରେ ଉନ୍ମୋଚିତ ହୋଇଯାଇଛି । ପ୍ରଥମେ ପୂଜାର୍ଚ୍ଚନା କରାଯାଇ ଗଳ୍ପସଙ୍କଳନଟିକୁ ଶ୍ରୀ ଜୀଉମାନଙ୍କୁ ଲାଗି କରାଯାଇଥିଲା । ପରେ ପରେ ଅବସରପ୍ରାପ୍ତ ଶିକ୍ଷକ ଗୁରୁ କାଙ୍ଗାଳି ଚରଣ ବାରିକ…

ପୁନର୍ବାସ ପକ୍ଷରୁ ସଫଳ ଜାତୀୟ ପାରା କ୍ରୀଡ଼ାବିତ୍‌ଙ୍କୁ ସମ୍ବର୍ଦ୍ଧନା

କେନ୍ଦ୍ରାପଡା ୪/୧୨- ଚଳିତ ୨୦୨୫ ମସିହାରେ ଅନ୍ତର୍ଜାତୀୟ ଓ ଜାତୀୟ ସ୍ତରରେ ଓଡ଼ିଶାର ପାରା କ୍ରୀଡ଼ାବିତ୍‌ମାନେ ଅଜସ୍ର ସଫଳତା ଅର୍ଜନ କରିଛନ୍ତି । ଓଡିଶା ଦଳ ଜାତୀୟ ହୁଇଲ୍ ଚେୟାର୍ ରଗ୍‌ବି ଚମ୍ପିୟାନ ହେବାଠାରୁ ଜାତୀୟ ପାରା ସନ୍ତରଣ ପ୍ରତିଯୋଗିତାରେ ପୂର୍ବ…

କେନ୍ଦ୍ରାପଡା ମଣ୍ଡଳ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ବୃକ୍ଷ ରୋପଣ

କେନ୍ଦ୍ରାପଡ଼ା, ୪ା୧୨: କେନ୍ଦ୍ରାପଡା ମଣ୍ଡଳ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମଣ୍ଡଳ ଶିକ୍ଷା ଅଧିକାରୀ ନାରାୟଣ ପ୍ରସାଦ ମନ୍ତ୍ରୀ, ସହ ମଣ୍ଡଳଶିକ୍ଷା ଅଧିକାରୀ ବଳଦେବ ପ୍ରସାଦ ଜେନା, ଶିକ୍ଷକ ସଂଘ ନେତା ମାନଭଞ୍ଜନ…

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଚୋରି

କେନ୍ଦ୍ରାପଡ଼ା,୪ା୧୨:ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ Batteries ଚୋରି ହୋଇଥିବା ଅଭିଯୋଗ ହୋଇଛି। Batteries ପେଟିରେ ପଶି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଏକ ଗୃହରେ ରହିଥିଲା। କେହି ଦୁର୍ବୁତ ଏହାକୁ ଚୋରି କରିନେଇଛନ୍ତି। ତେବେ କେତେବେଳେ ଓ କିପରି ଏହା ଚୋରି ହେଲା ତାହାର ତଦନ୍ତ କରିବାକୁ…